logo

ସେମିଳିଗୁଡା ସମ୍ବାଦ ସାହିତ୍ଯ ଘର ତରଫରୁ ସ୍ବାଭିମାନ ଦିବସ ପାଳିତ ତା୨୮/୪/୨୪(ସୋମବାର)

ସମ୍ବାଦ ସାହିତ୍ଯ ଘର ତରଫରୁ ସ୍ବାଭିମାନ ଦିବସ ପାଳିତ
ଦାମନଯୋଡି/ସେମିଳିଗୁଡା:-(ନି.ପ୍ର)୨୮/୪ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ସମଗ୍ର ଓଡ଼ିଶାରେ ସ୍ବାଭିମାନ ଦିବସ ପାଳିତ ହୋଇଛି ।ସେମିଳିଗୁଡା ସମ୍ବାଦ ସାହିତ୍ଯ ଘର ତରଫରୁ ପ୍ରେସକ୍ଲବ ପରିସରରେ ମହାସମାରୋହରେ ସ୍ବାଭିମାନ ଦିବସ ପାଳନ କରାଯାଇଥିଲା ।ପ୍ରେସକ୍ଲବ ପରିସରରେ ଥିବା ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପୂର୍ବକ ସମବେତ ସାରସ୍ବତ ସାଧକମାନେ ଶ୍ରଦ୍ଧାର ସୁମନ ଅର୍ପଣ କରିଥିଲେ ।ପରେପରେ ମୁକ୍ତାକାଶ ରଙ୍ଗମଞ୍ଚ ଗ୍ଯାଲିରୀରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା ।ସମ୍ପାଦିକା ସ୍ନିଗ୍ଧାରାଣୀ ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସଂଯୋଜକ ଅଜୟ କୁମାର ସାହୁ ,ଡଃ ଚିତ୍ତରଞ୍ଜନ ମିଶ୍ର, ଡଃ ଝାନସୀ ସିଂହ, ଅଧ୍ୟକ୍ଷା ଉଷାରାଣୀ ଦାଶ,ଶତ୍ରୁଞ୍ଜୟ ମିଶ୍ର, ଶିବ ପ୍ରସାଦ ଖେମଣ୍ଡୁ, ବିନୟ ଚନ୍ଦ୍ର ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ପାତ୍ର, ଉମାଶଙ୍କର ପାତ୍ର, ଶେଖ ଇବ୍ରାହିମ, ମନୋରଞ୍ଜନ ବେହେରା,ସୁବାସ କୁମାର ଭୋଇ,ଜୟ ବାଡିତ୍ଯା, ବିଜୟ ସାହୁ,ରାଜୀବ କୁମାର ନାୟକ, ଧନେଶ୍ଵର ମହାପାତ୍ର, ସାନ୍ତନୁ କୁମାର ସାମଲ ତଥା ବହୁ ସାରସ୍ବତ ସାଧକ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଉପସ୍ଥିତ ରହି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ସ୍ମୃତିଚାରଣ କରିଥିଲେ ।ପ୍ରଥମ ଭାଷାଭିତ୍ତିକ ରାଜ୍ୟ ହିସାବରେ ମଧୁସୂଦନ ଦାସଙ୍କ ଅମର ଗାଥା,କଥା ଓ କାଳଜୟୀ କବିତା ବକ୍ତାମାନେ ବକ୍ତବ୍ଯରେ ଆଲୋକପାତ କରିଥିଲେ ।ଡଃ ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ ।ସଂଯୋଜକ ଅଜୟ କୁମାର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ ।କାଲ୍ଲାମଣୀ ଦହି ସର୍ବତ ପ୍ରସ୍ତୁତ କରି ସମସ୍ତଙ୍କୁ ଆପ୍ଯାୟିତ କରିଥିଲେ ।

26
2753 views